ରାଜ୍ୟରେ ଆଉ ୩୨୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୩୨୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟର କମିବାରେ ଲାଗିଛି କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩୨୦ଟି ନୂଆ ମାମଲା ଆସିଛି । ଚିହ୍ନଟ ନୂଆ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୪୧ ଜଣ ୧୮ ବର୍ଷରୁ କମ ବୟସ୍କ। ସଙ୍ଗରୋଧରୁ ୧୮୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୫, ବରଗଡ଼ରୁ ୧୩, ଭଦ୍ରକରୁ ୫ , ବଲାଙ୍ଗୀରରୁ ୧୩ , ବୈ।ଦ୍ଧରୁ ୧୭ , କଟକରୁ ୧୪ , ଦେବଗଡ଼ରୁ ୪ , ଗଜପତିରୁ ୫ , ଗଞ୍ଜାମରୁ ୨, ଜଗତସିଂହପୁରରୁ ୬, ଯାଜପୁରରୁ ୫ , ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩୩, କନ୍ଧମାଳରୁ ୯, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୪୯, କୋରାପୁଟରୁ ୩ , ମୟୂରଭଞ୍ଜରୁ ୧୨, ନବରଙ୍ଗପୁରରୁ ୮ , ନୟାଗଡ଼ରୁ ୨ , ନୂଆପଡ଼ାରୁ ୧୧ , ପୁରୀରୁ ୩, ସମ୍ବଲପୁରରୁ ୨୪ , ସୋନପୁରରୁ ୭ , ସୁନ୍ଦରଗଡ଼ରୁ ୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟ ପୁଲରୁ ୧୨ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୬୫୮ ରହିଛି ।