ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ | News Room Odisha

ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼: ଜିଲ୍ଲାରେ ହସ୍ତତନ୍ତ ବୁଣାକାର ମାନଙ୍କ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଏକ ସମୀକ୍ଷା ବୈଠକ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଜେପୁର ବିଧାୟିକା ତଥା ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ବୁଣାକାର ମାନଙ୍କ ସମସ୍ୟା, ସମାଧାନ ଓ ରାଜ୍ୟ ସରକାରଙ୍କ ବୁଣାକାର ମାନଙ୍କ ପାଇଁ ବିଭିନ୍ନ ଯୋଜନା ଗୁଡ଼ିକର ଜିଲ୍ଲା ରେ ସଫଳ ରୂପାୟନ ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ବୟନ ଶିଳ୍ପ ବିଭାଗର ସମସ୍ତ ଅଧିକାରୀ, ବେହେରା ହସ୍ତତନ୍ତ ଲୁଗା ବଜାରର ସଭାପତି ଅଯୋଧ୍ୟା ମେହେର ଓ କର୍ମକର୍ତ୍ତା, ବରପାଲି ମେହେର ସମାଜର ସଭାପତି ମହେନ୍ଦ୍ର କୁମାର ମେହେର, ବରପାଲି ବ୍ଲକ୍ ଅଧ୍ୟକ୍ଷ, ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।