ପାଣି ଛାଡ଼ିଲା ଝାଡ଼ଖଣ୍ଡ, ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା | News Room Odisha

ପାଣି ଛାଡ଼ିଲା ଝାଡ଼ଖଣ୍ଡ, ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ୱର – ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍ ଖୋଲିଥିବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି । ପ୍ରତି ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି, ଯାହା ସୁବର୍ଣ୍ଣରେଖା ସିଷ୍ଟମ ପ୍ରତି ବିପଦ ସୃଷ୍ଟି କରିଛି । ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଏନଡିଆରଏଫ୍, ୨ଟି ଓଡ୍ରାଫ୍ ଓ ୮ଟି ଅଗ୍ନିଶମ ବାହିନୀକୁ ବାଲେଶ୍ୱର ପଠାଯାଇଛି । ସେହିପରି ଅତିରିକ୍ତ ୪-୫ଟି ଅଗ୍ନିଶମ ଟିମ୍ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପହଁଚିବାକୁ କୁହାଯାଇଛି ।