ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସରଙ୍କୁ ଚାମ୍ବରରେ ପଶି ଛେଚିଲେ ପତ୍ନୀ, ଭିଡିଓ ଭାଇରାଲ | News Room Odisha

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସରଙ୍କୁ ଚାମ୍ବରରେ ପଶି ଛେଚିଲେ ପତ୍ନୀ, ଭିଡିଓ ଭାଇରାଲ

ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଇ‍ଂରାଜୀ ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ତାଙ୍କ ଚାମ୍ବର ଭିତରେ ମାଡ଼ । ତାଙ୍କୁ ମାଡ଼ ମାରିଛନ୍ତି ତାଙ୍କ ନିଜ ସ୍ତ୍ରୀ । ଏହି ଅଭାବନୀୟ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ପିଜି କାଉନସିଲ କାର୍ଯ୍ୟାଳୟ ପରିସରରେ ଥିବା ଇଂରାଜୀ ବିଭାଗର ଆସୋସିଏଟ ପ୍ରଫେସର ନିଜ ଚାମ୍ବରରେ ବସିଥିବା ବେଳେ ଜଣେ ମହିଳା ଗତକାଲି ପ୍ରାୟ ୧୧:୫୦ ସମୟରେ ଆସି ରୁମରେ ପଶିଥିଲେ । ଭିତର ପଟୁ କବାଟ ଦେଇ ପ୍ରାୟ ଅଧା ଘଣ୍ଟା ଧରି ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ । କିଛି ଅଧ୍ୟାପକ ,ଅଧ୍ୟାପିକା ପାଟି ଶୁଣି କବାଟ ବାଡ଼େଇ ଥିଲେ । କବାଟ ନ ଖୋଲିବାରୁ କର୍ମଚାରୀ ନିରାପତ୍ତା ଅଧିକାରୀଙ୍କୁ ଘଟଣା ନେଇ ଜଣାଇଥିଲେ । କେତେକ କର୍ମଚାରୀ ସେଠାରେ ପହଞ୍ଚି କବାଟ ବାଡେଇବା ପରେ ନ ଖୋଲିବାରୁ ରୁମର ଭେଣ୍ଟିଲେସନ ପଟୁ ଦେଖିବା ବେଳେ ଜଣେ ମହିଳା ଆସୋସିଏଟ ପ୍ରଫେସରଙ୍କୁ ଚପଲରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ପରେ ଉକ୍ତ କୋଠରୀର କବାଟ ଖୋଲା ଯାଇଥିଲା ।ପଚରାଉଚୁରାରୁ ଜଣାପଡିଥିଲା ଯେ, ମାଡ ମାରୁଥିବା ମହିଳା ଜଣକ ତାଙ୍କର ଧର୍ମପତ୍ନୀ । ଉଭୟଙ୍କୁ ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ଘଟଣା ବୋଲି ଶୁଣିବାକୁ ମିଳୁଛି । ଏ ନେଇ ଆଜି ଦାୟିତ୍ଵରେ ଥିବା ପିଜି କାଉନସିଲ ଅଧକ୍ଷ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବା ବେଳେ ସେ ଖବର ଜାଣିଥିବା କହିବା ସହ ଘଟଣା ନେଇ କୌଣସି ଅଭିଯୋଗ ହୋଇନଥିବା କହିଥିଲେ । ସେପଟେ ଆସୋସିଏଟ ପ୍ରଫେସରଙ୍କ ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଛି ।