କମୁଛି ସଂକ୍ରମଣ, ଆଉ ୨୦୩ ନୂଆ କୋରୋନା ପଜିଟିଭ ଚିହ୍ନଟ | News Room Odisha

କମୁଛି ସଂକ୍ରମଣ, ଆଉ ୨୦୩ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦୩ ନୂଆ ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ୩୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବାଲେଶ୍ଵର ଜିଲ୍ଲାରୁ ୫, ବରଗଡ଼ରୁ ୧୧, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୪, ବୈ।ଦ୍ଧରୁ ୧, କଟକରୁ ୧୦, ଦେବଗଡ଼ରୁ ୪, ଗଜପତିରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୭, କଳାହାଣ୍ଡିରୁ ୪, କନ୍ଧମାଳରୁ ୪, ଖୋର୍ଦ୍ଧାରୁ ୩୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ନୟାଗଡ଼ରୁ ୭, ନୂଆପଡ଼ାରୁ ୧୦, ପୁରୀରୁ ୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୮, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୩୪ ନୂଆ ପଜିଟିଭ ଚିହ୍ନଟ ‌ହୋଇଛନ୍ତି । ଷ୍ଟେଟ ପୁଲରୁ ୭ ମାମଲା ରିପୋର୍ଟ ହୋଇଥିବା ବେଳେ ରାଜ୍ୟରେ ଏବେ ସକ୍ରିୟ ମାମଲା ୨ ହଜାର ୩୬୮ ରହିଛି।