ବନ୍ୟାଞ୍ଚଳରେ ଜଳବାହିତ ରୋଗ ନିୟନ୍ତ୍ରଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ତତ୍ପରତା | News Room Odisha

ବନ୍ୟାଞ୍ଚଳରେ ଜଳବାହିତ ରୋଗ ନିୟନ୍ତ୍ରଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ତତ୍ପରତା

ଭୁବନେଶ୍ୱର – ବନ୍ୟାଞ୍ଚଳରେ ଜଳବାହିତ ରୋଗ ବୃଦ୍ଧି ପାଉଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ମାଲେରିଆ, ଡେଙ୍ଗୁ ସହ ସାପ କାମୁଡ଼ା ବଢୁଛି। ବନ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ୨୩ ହଜାର ୩୬୭ ଜଣ ଲୋକ ଚିକିତ୍ସିତ ହେଉଛନ୍ତି । ସଫାସୁତୁରା ରହିବା ପାଇଁ ଲୋକଙ୍କୁ ସଚେତନ କରାଯିବା ସହ ୫ ଲକ୍ଷ ୩୭ ହଜାର ହାଲୋଜିନ ବଟିକା ଓ ୧ଲକ୍ଷ ୨୨ହଜାର ଓଆରଏସ ବଣ୍ଟା ଯାଇଛି । ବାଲେଶ୍ୱରରେ ରୋଗୀ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଥିବା ବେଳେ ବାଲେଶ୍ୱର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।