ଜନ ଆରୋଗ୍ଯ ସମିତିର କାର୍ଯ୍ୟକାରୀ କମିଟି ବୈଠକ | News Room Odisha

ଜନ ଆରୋଗ୍ଯ ସମିତିର କାର୍ଯ୍ୟକାରୀ କମିଟି ବୈଠକ

ସମ୍ବଲପୁର : ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ଠାରେ ଆଜି ଜନ ଆରୋଗ୍ୟ ସମିତି ର ଗଭର୍ଣ୍ଣିଙ୍ଗ ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି l ଡାକ୍ତର ପ୍ରଦୀପ କୁମାର ହୋତା(ଅତିରିକ୍ତ ସହରାଂଚଳ ଜନସ୍ୱାସ୍ଥ୍ୟ ଅଧିକାରୀ) ଙ୍କ ଅଧ୍ୟକ୍ଷତା ରେ ଡାକ୍ତରଖାନା ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରାଯାଇଥିଲା l ଡାକ୍ତର ମହେନ୍ଦ୍ର ନନ୍ଦ(ସିଏଚଓ ),ଡାକ୍ତର ଅମ୍ବରୀଶ ପଣ୍ଡା(ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଅଇଁଠାପାଲି ) ,ଡାକ୍ତର ଦିଲୀପ କୁମାର ମୁଦୁଲି(ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଧନକଉଡା) , ନିକୁ ରଞ୍ଜନ ପ୍ରତିହାରୀ((ସି .ପି.ଏମ) ), ବନ୍ଦନା ନାୟକ (ଏ.ପି.ଏମ) ପ୍ରଭୁତି ମିଟିଙ୍ଗ ରେ ଯୋଗଦାନ କରି ଡାକ୍ତରଖାନା ର ଉନ୍ନତି ପାଇଁ ସୁମତାମତ ପ୍ରଦାନ କରିଥିଲେ l ଡାକ୍ତରଖାନା ର ଡ୍ରେନେଜ ର ମରାମତି ,ରୋଗୀ ମାନଙ୍କର ବସିବା ପାଇଁ ସୁବ୍ୟବସ୍ଥା ,ଡାକ୍ତର ଖାନାରେ ଉଚ୍ଚ କ୍ଷମତା ବିଶିଷ୍ଟ ଆଲୁଅ କରିବା ପାଇଁ ନିଷ୍ପତି ନିଆଯାଇଥିଲା l

ସେହିପରି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଇଁଠାପାଲି ର ମଧ୍ୟ ଗଭର୍ଣ୍ଣିଙ୍ଗ ବଡି ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି l ଏଠାରେ ମଧ୍ୟ ଡାକ୍ତରଖାନା ର ଡ୍ରେନେଜ ର ମରାମତି ,ରୋଗୀ ମାନଙ୍କର ବସିବା ପାଇଁ ସୁବ୍ୟବସ୍ଥା ଡାକ୍ତର ଖାନାରେ ଉଚ୍ଚ କ୍ଷମତା ବିଶିଷ୍ଟ ଆଲୁଅ ପାଇଁ ନିଷ୍ପତି ନିଆଯାଇଥିଲା l ଚଳିତ ବର୍ଷ ଧନକଉଡା ଡାକ୍ତରଖାନା କୁ ଏନ.କ୍ଯୁ.ଏ.ଏସ ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରାଯିବ ବୋଲି ସଭାରେ ନିଷ୍ପତି ନିଆଗଲା l ଏହି ମିଟିଂ ରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଜନ ଆରୋଗ୍ୟ ସମିତି ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଦିଲୀପ କୁମାର ନନ୍ଦ ପରିଚାଳନା କରିଥିଲେ l ସୁପ୍ରଭାତ ସାହୁ , ଜି.ସ୍ଵାତି, ବିଜୟ ବନଛୋର, ରାମଚନ୍ଦ୍ର ରାଉତ ପ୍ରମୁଖ ସହାୟତା କରିଥିଲେ l ଶେଷରେ ହୀରାଲାଲ ବେହେରା ସମସ୍ତଙ୍କୁ ଧାନ୍ୟବାଦ ଅର୍ପଣ କରିଥିଲେ l