ମନରେଗା ମଜୁରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ | News Room Odisha

ମନରେଗା ମଜୁରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ମନରେଗା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି | ଶ୍ରମିକଙ୍କୁ ଉଚିତ ସମୟରେ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ଚାହୁଛନ୍ତି ଏବଂ ଷ୍ଟେଟସ୍ ରିଭଲଭିଂ ଫଣ୍ଡରୁ ଏହା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦ୍ର ଅନୁଦାନ ବିଳମ୍ବ ହେଲେ ରାଜ୍ୟ ଷ୍ଟେଟସ ରିଭଲଭିଂ ପାଣ୍ଠିରୁ ଶ୍ରମିକଙ୍କୁ ମଜୁରୀ ଦିଆଯାଏ | ଆଉ ରାଜ୍ୟ ପାଣ୍ଠିକୁ ଅର୍ଥ ଯୋଗାଣ ଲାଗି ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ, ଯାହାଦ୍ୱାରା କି ମନରେଗା ଜବକାର୍ଡଧାରୀଙ୍କୁ ଠିକ ସମୟରେ ମଜୁରୀ ମିଳିପାରିବ | ପ୍ରଧାନମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।