ଗଞ୍ଜାମ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ସଙ୍ଗଠନକୁ ଆହୁରୀ ମଜବୁତ୍ କରିବାକୁ ସମସ୍ତଙ୍କ ସହଯୋଗ ଏକାନ୍ତକାମ୍ୟ - ପ୍ରଶାନ୍ତ ପଣ୍ଡା | News Room Odisha

ଗଞ୍ଜାମ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ସଙ୍ଗଠନକୁ ଆହୁରୀ ମଜବୁତ୍ କରିବାକୁ ସମସ୍ତଙ୍କ ସହଯୋଗ ଏକାନ୍ତକାମ୍ୟ – ପ୍ରଶାନ୍ତ ପଣ୍ଡା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ସଙ୍ଗଠନକୁ ଆହୁରୀ ମଜବୁତ୍ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନ୍ନା କରିଛନ୍ତି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା । ରାଜ୍ୟ ନେତୃବୃନ୍ଦ ଆସ୍ଥା ପ୍ରକଟ କରି ପୁଣି ଥରେ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ମୋତେ ମନୋନୀତ କରାଯାଇଥିବାରୁ ଜିଲ୍ଲାର ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହିତ ପୁଣି ଏଭଳି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଦଳର ରାଜ୍ୟ ସାଂଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଛାତ୍ର ବିଜେଡି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡା ଗୋପବନ୍ଧୁ ଦାଶ , ଜିଲ୍ଲାର ସମସ୍ତ ମନ୍ତ୍ରୀ , ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବିଜୁ ଛାତ୍ର ଜନତା ଦଳର ଗଠିତ ନୂତନ ଦାଯିତ୍ୱ ପ୍ରଦାନ କରାଯାଇଥିବା କର୍ମକର୍ତ୍ତା ମାନେ ଆଗାମୀ ଦିନରେ ସମସ୍ତ ରାଜ୍ୟ କର୍ମକର୍ତ୍ତା ଙ୍କ ସହିତ ଜିଲ୍ଲାର ଦଳୀୟ ସଙ୍ଗଠନକୁ ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରତେକ ୱାର୍ଡ ସ୍ତରରେ ଆହୁରୀ ଅଧିକ ମଜବୁତ୍ କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଛି । ଘୋଷଣା ହୋଇଥିବା ନୂତନ କର୍ମକର୍ତ୍ତା ମାନେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଲୋକଙ୍କ ସୁଖଦୁଃଖରେ ସାଥି ହୋଇ କାର୍ଯ୍ୟ କରିବାକୁ ତଥା ଦଳୀୟ ସୁପ୍ରିମୋଙ୍କ ଆହ୍ୱାନକୁ ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି ।