ବହୁଚର୍ଚ୍ଚିତ ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡଙ୍କ ବିରୋଧରେ ସାଂଘାତିକ ଅଭିଯୋଗ | News Room Odisha

ବହୁଚର୍ଚ୍ଚିତ ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ମାମଲା: ବୟଫ୍ରେଣ୍ଡଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର – ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି ପୋଲିସ୍‌। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଶ୍ୱେତାଙ୍କ ବୟଫ୍ରେଣ୍ଡଙ୍କ ବିରୋଧରେ ଶାରୀରିକ, ମାନସିକ ନିର୍ଯାତନା ଓ ଆର୍ଥିକ ଶୋଷଣ ଭଳି ଅଭିଯୋଗ ହୋଇଛି। ଏନେଇ ଶ୍ୱେତାଙ୍କ ପରିବାର ଲୋକେ ଆଜି ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏନେଇ ପ୍ରେମିକ ମୁହଁ ଖୋଲିନଥିବା ବେଳେ ସାମ୍ନାକୁ ଆସିଛି ଫୋନ୍‌ କଲ୍‌ ରେକଡିଂ। ଏଥିରେ ଶ୍ୱେତା ଓ ପ୍ରେମିକ ସୌମ୍ୟଜିତ ମହାପାତ୍ରଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ହେଉଥିବା ଶୁଣିବାକୁ ମିଳିଛି।

ଶ୍ୱେତାଙ୍କ ପରିବାର ଲୋକଙ୍କ କହିବା ହେଲା ଯେ, ଶ୍ୱେତା ଓ ସୌମ୍ୟଜିତଙ୍କ ମଧ୍ୟରେ ଚାକିରି କରିବା ସମୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ସୌମ୍ୟଙ୍କ ପରିବାର ଲୋକେ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ଦାବି କରିବାରୁ ଏଥିରେ ଅରାଜି ହୋଇଥିଲେ ଶ୍ୱେତାଙ୍କ ବାପା। ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା ।