ବିବାଦୀୟ ଧାର୍ମିକ ମନ୍ତବ୍ୟ ଦେଇ ତେଲେଙ୍ଗାନା ବିଜେପି ବିଧାୟକ ଗିରଫ | News Room Odisha

ବିବାଦୀୟ ଧାର୍ମିକ ମନ୍ତବ୍ୟ ଦେଇ ତେଲେଙ୍ଗାନା ବିଜେପି ବିଧାୟକ ଗିରଫ

ହାଇଦ୍ରାବାଦ – ବିବାଦୀୟ ଧାର୍ମିକ ମନ୍ତବ୍ୟ ଅଭିଯୋଗରେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହଙ୍କୁ ଗିରଫ କରାଯାଇଛି । ସେ ପ୍ରଫେଟ୍‌ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ହାଇଦ୍ରାବାଦରେ ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇବା ସହ ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା ।ଏହାପରେ ଆଜି ସକାଳେ ତାଙ୍କୁ ହାଇଦ୍ରାବାଦରୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁସାରେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିଜେପି ବିଧାୟକ ଅପମାନଜନକ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଭାଇରାଲ୍‌ ହେବା ପରେ ସୋମବାର ରାତିରେ ହାଇଦ୍ରାବାଦରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହାପରେ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।