ହାଇକୋର୍ଟ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର | News Room Odisha

ହାଇକୋର୍ଟ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

କଟକ – ଅଭିନେତ୍ରୀ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦରେ ନୂଆ ମୋଡ଼ । ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର। ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସର ତଦନ୍ତରେ ଶିଥିଳତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ବାପାଙ୍କ ଦ୍ଵାରା ହୋଇଥିବା ଆକ୍ରମଣ ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ପ୍ରକୃତି। ଆକ୍ରମଣ ପରେ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପ୍ରକୃତି। ଗତ ଜୁଲାଇ ୨୩ ତାରିଖରେ ପ୍ରକୃତି ଦେଇଥିଲେ ଏତଲା। ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ପ୍ରାର୍ଥନା କରିଛନ୍ତି ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇଆଇସି, ଭୁବନେଶ୍ୱର ଡିସିପି, ଡିଜିପି, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରଯାଇଛି।