୨୦୨୧ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଘୋଷଣା | News Room Odisha

୨୦୨୧ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଘୋଷଣା

ଭୁବନେଶ୍ୱର – ୨୦୨୧ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ପୁରସ୍କାର ପାଇବେ । କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ପୁରସ୍କାର ଦିଆଯିବ । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯିବାକୁ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯିବ । ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିବେ ।