ଡିସେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା | News Room Odisha

ଡିସେମ୍ବର ୨୭ରୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ : ଆସନ୍ତା ଡ଼ିସେମ୍ବର ମାସ ୨୭ ତାରିଖ ରୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୧୧ ଦିନ ବ୍ୟାପୀ ଚାଲିବ ଓ ୬ ଜାନୁଆରୀ ୨୦୨୩ରେ ଉଦଯାପିତ ହେବ ବୋଲି ଆଜି ବରଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ର ସାଧାରଣ ପରିଷଦ ବୈଠକ ରେ ସମିତି ର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ସାଧାରଣ ପରିଷଦ ବିଭିନ୍ନ କମିଟି ର ୧୫୦ ଜଣ ସଭ୍ୟ,ସଭ୍ୟା ଅଂଶ ଗ୍ରହଣ କରିଥିଲେ। କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଏହି ଯାତ୍ରା ସଫଳତା ର ସହିତ ଆୟୋଜନ ପାଇଁ ଆଲୋଚନା ହୋଇଥିଲା। ସମିତି ର ସମ୍ପାଦକ ସୁରେଶ୍ଵର ଶତପଥୀ ଆୟୋଜନ ର ବିଭିନ୍ନ ଅସୁବିଧା ଓ ଚଳିତ ଥର ତାହାର ସମାଧାନ ସଂପର୍କରେ ସୂଚନା ଦେଇଥିଲେ। ସଭା ରେ ରାଜ୍ୟ ସରକାର ଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ନବୀନ ପଟେଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ,ରାଜେନ୍ଦ୍ର ପ୍ରସାଦ ସିଂ, କିଶୋର ମିଶ୍ର, ବରଗଡ଼ ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ,ହରଦୀପ ସିଂ,ପ୍ରୀତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ।