ଆଜି ନିଯୁକ୍ତି ପାଇବେ ୩୩୪ ଅଣଶିକ୍ଷକ କର୍ମଚାରୀ, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ  | News Room Odisha

ଆଜି ନିଯୁକ୍ତି ପାଇବେ ୩୩୪ ଅଣଶିକ୍ଷକ କର୍ମଚାରୀ, ମୁଖ୍ୟମନ୍ତ୍ରୀ ଦେବେ ଦିଗଦର୍ଶନ 

ଭୁବନେଶ୍ୱର – ଆଜି ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ୩୩୪ ଜଣ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପାଇବେ । ଏହି ଅଣଶିକ୍ଷକ କର୍ମଚାରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଭର୍ଚୁଆଲ ଭାବେ ସାମିଲ ହୋଇ ଅଣଶିକ୍ଷକ କର୍ମଚାରୀଙ୍କୁ ଦିଗଦର୍ଶନ ଦେବେ ।

୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ପିଇଟି, ୧୫ ଜଣ ଜୁନିୟର ଲାଇବ୍ରେରିଆନ ଓ ୨୯୧ ଜଣ ଲାବ ଆସିଷ୍ଟାଣ୍ଟ ତଥା ଷ୍ଟୋର କିପର ଅଛନ୍ତି। ନବନିଯୁକ୍ତ ଅଣଶିକ୍ଷକ କର୍ମଚାରୀଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସାଢ଼େ ୫ଟା ବେଳେ ହେବ ।