ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କ ମୃତ୍ୟୁ | News Room Odisha

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କ ମୃତ୍ୟୁ

କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ଦୁଃଖଦ ଘଟଣା । ଖାଦ୍ୟ ସନ୍ଧାନରେ ଆସି ଲତାବୁଦା ଟାଣି ଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥ ଦୁଇ ହାତୀଙ୍କ ଜୀବନ ଚାଲିଯାଇଛି । କେନ୍ଦୁଝର ସଦର ରେଂଜରେ ଘଟିଛି ଏହି ଦୁର୍ଘଟଣା । ମୃତ ହାତୀ ଦୁଇଟି ମାଈ ହାତୀ ବୋଲି ଜଣାପଡ଼ିଛି ।

କେନ୍ଦୁଝର ସଦର ରେଞ୍ଜରେ କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ଏକ ଫାର୍ମରେ ବିଭିନ୍ନ ଗଛ ଲଗାଯାଇଛି। ହାତୀମାନେ ଏହି ଫାର୍ମରେ ଚଳପ୍ରଚଳ କରିଥାନ୍ତି। ଗତକାଲି ରାତିରେ ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ। ହାତୀ ପଲ ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚାଣିରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଦୁଇ ମାଈ ହାତୀ ଆସିଯାଇଥିଲେ। ସେମାନଙ୍କ ଶୁଣ୍ଢରେ ବିଦ୍ୟୁତ ତାର ଲାଗି ଯାଇଥିଲା। ଘଟଣାସ୍ଥଳରେ ଦୁଇ ମାଈ ହାତୀର ମୃତ୍ୟୁ ହୋଇଥିଲା।