ଆଜିଠୁ ରାଜ୍ୟରେ ହ୍ରାସ ପାଇବ ଘୁର୍ଣ୍ଣିବଳୟର ପ୍ରଭାବ, କମିବ ବର୍ଷା | News Room Odisha

ଆଜିଠୁ ରାଜ୍ୟରେ ହ୍ରାସ ପାଇବ ଘୁର୍ଣ୍ଣିବଳୟର ପ୍ରଭାବ, କମିବ ବର୍ଷା

ଭୁବନେଶ୍ୱର – ରାଜ୍ୟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବ ଆଜିଠାରୁ ହ୍ରାସ ପାଇବ। ଫଳରେ ରାଜ୍ୟରେ ପାଣିପାଗରେ ଆଜିଠାରୁ ପରିବର୍ତ୍ତନ ହେବ । ପାଗ ବଦଳିବା ସହ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର ଓ ଝାରସୁଗୁଡ଼ାରେ ମଧ୍ୟ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି, ଆସନ୍ତାକାଲି ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। କାଁଭାଁ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨୭ ତାରିଖରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୮ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଦିନର ତାପାମାତ୍ରା ମଧ୍ୟ ଧୀରେଧୀରେ ବଢ଼ିବ ।