ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୩ ଶହ ଉପରେ | News Room Odisha

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୩ ଶହ ଉପରେ

ଭୁବନେଶ୍ବର – କିଛି ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ୩ ଶହ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରେ ୮୦ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୭, ବରଗଡ଼ରୁ ୧୨, ଭଦ୍ରକରୁ ୨, ବଲାଙ୍ଗୀରରୁ ୨୫ , ବୌଦ୍ଧରୁ ୨୮, କଟକରୁ ୨୨ , ଦେବଗଡ଼ରୁ ୩ , ଢେଙ୍କାନାଳରୁ ୧, ଗଜପତିରୁ ୬ , ଗଞ୍ଜାମରୁ ୧, ଯାଜପୁରରୁ ୧୦ , ଝାରସୁଗୁଡ଼ାରୁ ୪, କଳାହାଣ୍ଡି ଜିଲ୍ଲାରୁ ୧୪ , କନ୍ଧମାଳରୁ ୨ , କେନ୍ଦ୍ରାପଡ଼ାରୁ ୧, କେଉଁଝରରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୬୨, କୋରାପୁଟ ଜିଲ୍ଲାରୁ ୨ , ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୮ , ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ ଜିଲ୍ଲାରୁ ୪ , ନୂଆପଡ଼ାରୁ ୧୧, ପୁରୀରୁ ୪ , ରାୟଗଡ଼ାରୁ ୪, ସମ୍ବଲପୁରରୁ ୬ , ସୋନପୁରରୁ ୫ , ସୁନ୍ଦରଗଡ଼ରୁ ୭୮ ଓ ଷ୍ଟେଟପୁଲରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସକ୍ରିୟ ମାମଲା ୨ ହଜାର ୧୪୮ ରହିଛି।