ଡିସିପିଙ୍କୁ ଭେଟିଲେ ଶ୍ୱେତାଙ୍କ ପରିବାର ଲୋକେ, ସୌମ୍ୟଜିତଙ୍କ ଗିରଫ ଦାବି | News Room Odisha

ଡିସିପିଙ୍କୁ ଭେଟିଲେ ଶ୍ୱେତାଙ୍କ ପରିବାର ଲୋକେ, ସୌମ୍ୟଜିତଙ୍କ ଗିରଫ ଦାବି

ଭୁବନେଶ୍ବର – ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ୍ ସୌମ୍ୟଜିତଙ୍କ ବିରୋଧରେ ଡିସିପି ଅଫିସରେ ପ୍ରମାଣ ଦାଖଲ କରିଛନ୍ତି ଶ୍ବେତାଙ୍କ ପରିବାର । ସୌମ୍ୟଜିତଙ୍କୁ ଗିରଫ କରିବା ପାଇଁ ପାଇଁ ଜୋରଦାର ଦାବି କରିଛନ୍ତି ଶ୍ୱେତାଙ୍କ ପରିବାର । ଶ୍ୱେତାଙ୍କ ବାପା, ମାଆ ଓ ଭାଇର ଆଜି ଡିସିପିଙ୍କୁ ଭେଟିଥିଲେ।

ଶ୍ବେତାଙ୍କ ପରିବାର ଡିସିପିଙ୍କୁ ଅନେକ ତଥ୍ୟ ଦେଇଥିବା ଜଣାପଡ଼ିଛି । ଶ୍ବେତାଙ୍କ କିଛି ମେସେଜ ଓ ଚାଟ୍‌ ମଧ୍ୟ ଡିସିପିଙ୍କୁ ଦେଇଛନ୍ତି ପରିବାର ଲୋକ ସେପଟେ ପୋଲିସ ନିକଟରେ ଶ୍ବେତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପହଞ୍ଚିଛି । ଶ୍ବାସରୁଦ୍ଧ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏ ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି ।