ତିନି ପିଲାଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇଁ ପଡିଲେ ବାପା, ୨ ଉଦ୍ଧାର, ଜଣେ ନିଖୋଜ | News Room Odisha

ତିନି ପିଲାଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇଁ ପଡିଲେ ବାପା, ୨ ଉଦ୍ଧାର, ଜଣେ ନିଖୋଜ

ରାୟଗଡ଼ା – ପୁଅଙ୍କୁ ବଞ୍ଚାଇବାକୁ ଯାଇ ନଦୀକୁ ଡେଇଁଲେ ବାପା । ନଦୀର ପ୍ରଖର ସୁଅରେ ଭାସିଯାଉଥିବା ତିନି ପୁଅଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀକୁ ଡେଇଁଲେ ବାପା । ସେ ୨ ଛୁଆଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଏହି ଘଟଣା ଘଟିଛି । ନଦୀରେ ଗାଧୋଉଥିବା ସମୟରେ ଏଭଳି ଅଘଟଣ ଘଟିଛି।

ପଡୋଶୀ ଆନ୍ଧ୍ରପ୍ରଦେଶ ଏଲୁରୁର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପାମା’ ଥିଲେ। ସେମାନେ ଝୁଲା ପୋଲ ବୁଲି ସାରିବା ପରେ ବ୍ୟକ୍ତିଜଣକ ନିଜ ୩ ସନ୍ତାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ତିନି ଜଣ ଯାକ ପିଲା ଭାସି ଯାଇଥିଲେ। ବାପା ନଦୀକୁ ଡେଇଁ ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଆଉ ଗୋଟିଏ ପିଲାକୁ ଉଦ୍ଧାର କରୁଥିବା ବେଳେ ବାପା ଗୋପାଳ କ୍ରିଷ୍ଣା ମଧ୍ୟ ଫସିଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ପିଲା ଏବେ ବି ନିଖୋଜ ଅଛି ।