ଗଞ୍ଜେଇ ବୋଝେଇ କାର୍ ଦୁର୍ଘଟଣା, ୧ ମୃତ, ୨ ଫେରାର | News Room Odisha

ଗଞ୍ଜେଇ ବୋଝେଇ କାର୍ ଦୁର୍ଘଟଣା, ୧ ମୃତ, ୨ ଫେରାର

ବୌଦ୍ଧ: ବୌଦ୍ଧ ମନମୁଣ୍ଡା ଥାନା ମେହେରୁଣୀ ପୋଲ ନିକଟରେ ଗଞ୍ଜେଇ ବୋଝେଇ ଗାଡ଼ି ଦୁର୍ଘଟଣା ଘଟିଛି ।ଏଥିରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଫେରାର ହୋଇ ଯାଇଥିବା ପୁଲିସ କହିଛି । ମୃତକଙ୍କୁ ବାଉଁଶୁନି ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ ହେଁ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଖବରପାଇ ମାନମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡିକୁ ଜବତ କରିବା ସହ ତଦନ୍ତ କରିଥିଲା । ତେବେ ଗାଡି ଡିକିରେ ୩ ରୁ ୪ ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା । ଏହା ପରେ ଛାନଭିନ ଜାରି ରହିଛି।

ପ୍ରକାଶ ଥାଉକି ଉକ୍ତ କାରଟି ସୋନପୁର ପଟରୁ ଏକ କାର ବୌଦ୍ଧ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍ ମେହେରୁଣି ପୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରୁ ଅନ୍ୟ ଦୁଇ ଜଣ ଫେରାର ମାରିଥିବା ସୂଚନା ମିଳିଛି ।