ବ୍ରହ୍ମପୁର ଅବକାରୀ ୟୁନିଟ୍ ଧରିଲା ୧୨୦ କେଜି ଗଞ୍ଜେଇ, ୨ ଗିରଫ | News Room Odisha

ବ୍ରହ୍ମପୁର ଅବକାରୀ ୟୁନିଟ୍ ଧରିଲା ୧୨୦ କେଜି ଗଞ୍ଜେଇ, ୨ ଗିରଫ

ବ୍ରହ୍ମପୁର: ଅବକାରୀ ଗୋଇନ୍ଦା ୟୁନିଟ୍ ବ୍ରହ୍ମପୁର ଶାଖା ଏକ ଗଞ୍ଜେଇ ଚୋରାଚାଲାଣ କାରବାରକୁ ପଣ୍ଡ କରି ଦେଇଛି। ଗୋଟିଏ ଟାଟା ସଫାରୀ ଧଳା କାର୍‌ରେ ଗଜପତି ଜିଲ୍ଲା ମୋହନାରୁ ବ୍ରହ୍ମପୁର ଦେଇ ମହାରାଷ୍ଟ୍ର ରାଜ୍ୟକୁ ଚୋରାଚାଲାଣ ହେଉଥିଲା ଗଞ୍ଜେଇ। ହେଲେ ବିଶ୍ବସ୍ତ ସୂତ୍ରରୁ ଆଗୁଆ ସୂଚନା ପାଇପାରିଥିଲା ଅବକାରୀ ଗୋଇନ୍ଦା ୟୁନିଟ୍। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ପୂର୍ବରୁ ଛକି ରହିଥିବା ଅବକାରୀ ଷ୍ଟାଫ୍ ଉକ୍ତ ଧଳା କାର୍ ଅଟକାଇ ଯାଞ୍ଚ କରିଥିଲେ। ମାଟିଆ ରଙ୍ଗର ବହୁସଂଖ୍ୟକ ପ୍ୟାକେଟ୍‌ରେ ଲୁଚାଇ ରଖାଯାଇଥିବା ୧୨୦ କେଜି ଗଞ୍ଜେଇ ସହ କାର୍ ଜବତ କରାଯାଇ ଥିଲା। ଅବକାରୀ କନଷ୍ଟେବଲ ସୁଶାନ୍ତ ମହାଙ୍କୁଡଙ୍କ ସୂଚନା ଆଧାରରେ ଗୋଇନ୍ଦା ୟୁନିଟ୍ ଷ୍ଟାଫ୍ ଆଇ.ଇ. ଗୀତାଞ୍ଜଳି ସାହୁଙ୍କ ତତ୍ତ୍ୱାବଧାନରେ ଏହି ଧରପଗଡ଼ ହୋଇଥିଲା। ଏଥିରେ ସମ୍ପୃକ୍ତି ଅଭିଯୋଗରେ ମହାରାଷ୍ଟ୍ରର ଉନେସ୍ ମେହବୁବ୍ ଶୈଖ୍, ଶାହିଦ୍ ଶାକିଲିଙ୍କୁ ଗିରଫ କରାଯାଇଛି।