କାମାକ୍ଷାନଗର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ | News Room Odisha

କାମାକ୍ଷାନଗର ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର -କାମାକ୍ଷାନଗର ସଡ଼କ ଦୁର୍ଘଟଣାରେ ମୃତ ୫ ଜଣଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସହାୟତା ନେଇ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି।
ଏହାଛଡା ମୃତକଙ୍କ ପରିବାରକୁ ଆଉ ୨୦,୦୦୦ ଟଙ୍କା ଲେଖାଏଁ ସହାୟତା ଜିଲ୍ଲା ରେଡକ୍ରସ ଫଣ୍ଡରୁ ଦିଆଯିବ।