ବୋହୂ ଧାରଣା ଦେଲେ ବୋଲି..... | News Room Odisha

ବୋହୂ ଧାରଣା ଦେଲେ ବୋଲି…..

ବ୍ରହ୍ମପୁର – ବୋହୂ ଓ ଶାଶୁ କଳିର ଭୟଙ୍କର ପରିଣତି । ବୋହୂ ଘର ଆଗରେ ଧାରଣା ଦେବାର ପ୍ରତିବାଦରେ ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭବାନୀୟ ଘଟଣା ଗଞ୍ଜାମ ଏନ୍‌ଏସିର ଖଣ୍ଡସାହିରେ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ସୁଷମା ପଣ୍ଡା। ଜଣାପଡିଛି ଯେ, ୨୦୨୦ରେ ସୁଷମାଙ୍କ ପୁଅ ବିବାହ କରିଥିଲେ। ବିବାହର ମାତ୍ର ୧୦ ଦିନ ପରେ ପତ୍ନୀଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ। ଏପରିକି ତନ୍ମୟୀ ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏହି କଳହର ସମାଧାନ ହୋଇପାରି ନଥିବା ବେଳେ ଶନିବାର ତନ୍ମୟୀ ଶାଶୁ ଘର ଆସି ତାଙ୍କ ଆଈଙ୍କ ସହ ଧାରଣାରେ ବସିଥିଲେ।ତନ୍ମୟୀ ଧାରଣା ଦେବା ଯୋଗୁ ଶାଶୁ ସୁଷମା ଏଭଳି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।