ଭାଇଚାରାର ବାର୍ତ୍ତା ନେଇ ବରଗଡ଼ ମାଟିରେ ପହଞ୍ଚିଲା ଅହିଂସା ରଥ | News Room Odisha

ଭାଇଚାରାର ବାର୍ତ୍ତା ନେଇ ବରଗଡ଼ ମାଟିରେ ପହଞ୍ଚିଲା ଅହିଂସା ରଥ

ବରଗଡ଼: ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ରେ ଆଜାଦି କା ଅମୃତ ମହୋତ୍ସବ ଅବସରରେରେ ଅହିଂସା ରଥ ଓଡିଶା ପରିକ୍ରମା କରୁଛି l ଏହି କ୍ରମରେ ଆଜି ଅତାବିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ରେ ଓ ବରଗଡ଼ ପୈାରାଞ୍ଚଳରେ ପରିକ୍ରମା କରିଥିଲା।

ଅତାବିରା ଠାରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବରଗଡ଼ ପୈାରାଞ୍ଚଳରେ ପୈାରାଧକ୍ଷା କଳ୍ପନା ମାଝୀ ରଥକୁ ସ୍ୱାଗତ କରିଥିଲେ। ଅହିଂସା ଓ ଭାଇଚାରାର ବାର୍ତ୍ତା ନେଇ ଏହି ରଥ ପହଞ୍ଚିଥିଲା ବୀର ମାଟି, ସଂଗ୍ରାମୀ ଭୂମି ମୁକ୍ତି ଯୋଦ୍ଧା ଜମିଦାର ଜନାର୍ଦନ ସିଂ ଙ୍କ ଗଡ଼ ପାହାଡ଼ଶ୍ରୀଗୀଡ଼l ଓ ସ୍ୱାଧୀନତା ସଂଗ୍ରାମୀ ହୃଷିକେଶ ନାୟକଙ୍କ ପବିତ୍ର ମାଟି କୁଲୁଣ୍ଡା ଗ୍ରାମ କୁ l ଅତାବିରା ଠାରେ ଭବ୍ୟ ସ୍ୱାଗତ କରାଯିବା ପରେ ରଥ ପରମlଣପୁର, ଟୋପ, ବନହର, ସିଂହପlଲି, କୁକେତିରl ଠାରେ ଛାତ୍ରଛାତ୍ରୀ, ଶିକ୍ଷକ, ମହିଳା, ଯୁବକମlନେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ।ପହଡ଼ଶ୍ରୀଗୀଡା ଡିଗ୍ରୀ କଲେଜ ଠାରେ ଏକ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା l

ସେହିପରି ବରଗଡ଼ ପୈାର ପରିଷଦ ଠାରେ ଅଧକ୍ଷା କଳ୍ପନା ମାଝୀ ସ୍ବାଗତ ସମର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ମିନି ଷ୍ଟାଡିୟମ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।