ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି | News Room Odisha

ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବାଗବଡ଼ି ଗାଁର ଜନୈକ ଯୁବକଙ୍କୁ ସୁନ୍ଦରଗଡ଼ଠାରେ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଗୋବର୍ଦ୍ଧନ ବେହେରାଙ୍କ କନିଷ୍ଠ ପୁତ୍ର ଶମ୍ଭୁନାଥ (୨୫)। ସେ ଗାଁରେ ଏକ ଡେଲିନିଡ୍ସ ଦୋକାନ କରିଥିଲେ। ହେଲେ କୌଣସି କାମରେ ସେ ସୁନ୍ଦରଗଡ଼ ଯାଇଥିବା ବେଳେ ସେଠାରୁ ଆଉ ଫେରିନଥିଲେ। ଏନେଇ ପରିବାରଲୋକେ ଶମ୍ଭୁଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କର କୌଣସି ଖୋଜଖବର ମିଳିନଥିଲା। ସୁନ୍ଦରଗଡ଼ରେ ଜଣେ ଯୁବକଙ୍କ ଶବକୁ ପୁଲିସ୍‌ ଉଦ୍ଧାର କରିଥିଲା। ତଦନ୍ତରୁ ତାଙ୍କ ଠିକଣା ଜାଣିପାରି ଗତ ୨୬ ତାରିଖ ଦିନ ପୁଲିସ ତାଙ୍କ ଘରକୁ ଖବର ଦେବା ପରେ ଆଜି ତାଙ୍କ ପରିବାରଲୋକେ ଶମ୍ଭୁଙ୍କ ମୃତଦେହକୁ ଗାଁକୁ ଆଣିଥିଲେ। ମୃତଦେହ ଆସିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଗାଁ ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯାଇଥିଲା। ତଦନ୍ତ ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ ସୂଚନା‌ ଦେଇଛି।