କେନ୍ଦୁଝର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ | News Room Odisha

କେନ୍ଦୁଝର ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର – ଗତ ସପ୍ତାହରେ କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରର ଏକ ଫାର୍ମ ହାଉସରେ ଗଛ ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ଆରସିସିଏଫ ନିଲମ୍ବନ କରିଥିବା ନେଇ ଡିଏଫ୍ଓ ସୂଚନା ଦେଇଛନ୍ତି । ଏହାସହ ବିଦ୍ୟୁତ୍‌ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

ଗତ ୨୪ ତାରିଖରେ କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ଫାର୍ମ ହାଉସକୁ ଗତ ଏକ ହାତୀ ପଲ ଲତାବୁଦା ଖାଉଥିବା ବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା ।