ଭିଜିଲାନ୍ସ ଜାଲରେ ଥାନା ବାବୁ | News Room Odisha

ଭିଜିଲାନ୍ସ ଜାଲରେ ଥାନା ବାବୁ

ଢେଙ୍କାନାଳ – ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆ । ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । କିଛି ଦିନ ତଳେ ଡାଳୁଆ ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତାଙ୍କର ରାଉରକେଲାରେ ପୋଷ୍ଟିଂ ପାଇଁ ଅର୍ଡର ବି ବାହାରି ସାରିଥିଲା ।