ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ, ପୀଡିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ | News Room Odisha

ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ, ପୀଡିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

ବରଗଡ଼: ବରଗଡ଼ ଅମ୍ବାଭୋନାରେ ହତ୍ୟା ଓ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ପକ୍ସୋ କୋର୍ଟରେ ଦୋଷୀକୁ ଆଜୀବନ କାରାଦଣ୍ଡ ସହ ପୀଡିତା ନାବାଳିକାଙ୍କୁ ୭ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୧୮ ଜୁନ୍ ୧ରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ନାଗେଶ୍ବର ଦାସ ନାବାଳିକାର ବାପାକୁ ହତ୍ୟା ପରେ ଝିଅକୁ ଆକ୍ରମଣ କରି ଅଚେତ କରିଦେଇଥିଲା । ପରେ ନାବାଳିକା ସହ ଦୁଷ୍କର୍ମ କରିଥିଲା ନାଗେଶ୍ବର । ଦୁଷ୍କର୍ମ ପରେ ନାଗେଶ୍ୱର ଚମ୍ପଟ ମାରିଥିଲା । ଏହି ଘଟଣାରେ ପକ୍ସୋ କୋର୍ଟ ୩୪ ଜଣ ସାକ୍ଷ ଗ୍ରହଣ କରିବା ପରେ ଆଜି ରାୟ ଶୁଣାଇଛନ୍ତି । ଦୋଷୀ ନାଗେଶ୍ବର ନାଁରେ ଆଇପିସି ଧାରା ୩୦୨, ୩୭୬, ୩୦୭, ୪୫୨ରେ ମାମଲା ରୁଜୁ ହୋଇଥିଲା । ପୂର୍ବତନ ଡିଏସପି ନଗେନ୍ଦ୍ର ପ୍ରସାଦ ନାୟକ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ ।