ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ସଂଧ୍ୟାରେ ଇନଭେଷ୍ଟର୍ସ ମିଟରେ ହେବେ ସାମିଲ | News Room Odisha

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ସଂଧ୍ୟାରେ ଇନଭେଷ୍ଟର୍ସ ମିଟରେ ହେବେ ସାମିଲ

ଭୁବନେଶ୍ୱର – ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

୧୬ଟି ଦେଶର ଆମ୍ବାସଡରଙ୍କ ସହ ସେ ନିବେଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ‘ମେକ ଇନ ଓଡ଼ିଶା କନକ୍ଲେଭ’ର ତୃତୀୟ ସଂସ୍କରଣ ପୂର୍ବରୁ ଏଭଳି ଏକ କର୍ଟେନ ରେଜର ଆୟୋଜନ ହେଉଛି। କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ ଆସିବ ତାହା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

ଦେଶରେ ପୁଞ୍ଜି ନିବେଶ କରିବା ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ବୋଲି ଆଜିର ଇନଭେଷ୍ଟର୍ସ ମିଟରେ ଶିଳ୍ପପତିଙ୍କୁ ବୁଝାଇବେ ନବୀନ। ଶିଳ୍ପପତିଙ୍କୁ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର କେଉଁ କେଉଁ ସୁବିଧା ଯୋଗାଇ ଦେବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହେବ।

ରାଜ୍ୟ ସରକାର ସିଙ୍ଗଲ ଓ୍ବିଣ୍ଡୋ ଜରିଆରେ ଜମି, ବିଜୁଳି, ପାଣି ଓ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ବୋଲି ନିବେଶକଙ୍କୁ ବୁଝାଇ କହିବେ ମୁଖ୍ୟମନ୍ତ୍ରୀ ।