ଭୁବନେଶ୍ୱରରୁ କୋକେନ ଜବତ ମାମଲାରେ ମୁଖ୍ୟ ଅଭିଯୁକ୍ତ ୟୁପିରୁ ଗିରଫ | News Room Odisha

ଭୁବନେଶ୍ୱରରୁ କୋକେନ ଜବତ ମାମଲାରେ ମୁଖ୍ୟ ଅଭିଯୁକ୍ତ ୟୁପିରୁ ଗିରଫ

ଭୁବନେଶ୍ୱର – ରାଜଧାନୀରୁ ଗତ ଏପ୍ରିଲ ମାସରେ କୋକେନ୍ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୁଲବେଶ ଖାନ ଓରଫ ହଜରତକୁ ଗିରଫ କରାଯାଇଛି । ଓଡ଼ିଶା ପୋଲିସ୍‌ର ଏସ୍‌ଟିଏଫ୍‌ ତାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଗାଜିଆବାଦରେ ଚଢ଼ାଉ କରି ଗୁଲବେଶକୁ ଗିରଫ କରିଛି ଏସଟିଏଫ । ଗୁଲବେଶର ଘର ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲା ଧର୍ମପୁରାରେ। ତାକୁ ଗାଜିଆବାଦ କୋର୍ଟରେ ହାଜର କରି ଓଡ଼ିଶା ଆଣୁଛି ଏସ୍‌ଟିଏଫ୍‌।

ଗତ ଏପ୍ରିଲ ୧୨ ତାରିଖରେ ଭୁବନେଶ୍ୱରରୁ ୨୦୨ ଗ୍ରାମ କୋକେନ ଜବତ କରାଯାଇଥିଲା। ଏହି ମାମଲରେ ଦୁଇ ଜଣ ଡ୍ରଗ୍ସ ମାଫିଆ- ବିଙ୍ଗଲୋର ସିଂହ ଓରଫ ରବି ଓ ସନ୍ନି କୁମାରଙ୍କୁ ଗିରଫ କରାଯାଇଥିଲା। ଏମାନେ ରାଜସ୍ଥାନର ବାସିନ୍ଦା ହୋଇଥିବା ବେଳେ ଗୁଲବେଶଠାରୁ କୋକେନ ଆଣିଥିବା ପୋଲିସକୁ କହିଥିଲେ। ଏହା ପରେ ଗୁଲବେଶକୁ ଧରିବାକୁ ଜୋରସୋରରେ ଲାଗି ପଡ଼ିଥିଲା ପୋଲିସ।