ଏସିଆ କପ୍: ରୋମାଞ୍ଚକର ବିଜୟ ସହ ଶ୍ରୀଲଙ୍କା ସୁପର-୪ରେ, ବାଂଲାଦେଶ ବିଦା | News Room Odisha

ଏସିଆ କପ୍: ରୋମାଞ୍ଚକର ବିଜୟ ସହ ଶ୍ରୀଲଙ୍କା ସୁପର-୪ରେ, ବାଂଲାଦେଶ ବିଦା

ନୂଆଦିଲ୍ଲୀ:ଏସିଆ କପର ଗୁରୁବାର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ହରାଇ ଶ୍ରୀଲଙ୍କା ସୁପର-୪ରେ ପ୍ରବେଶ କରିଛି | ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୭ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କାର ୪ଟି ବଲ ବାକି ଥାଇ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା । ଦଳ ପକ୍ଷରୁ କୁସଲ ମେଣ୍ଡିସ ସର୍ବାଧିକ ୬୦ ରନ କରିଥିବା ବେଳେ କ୍ୟାପଟେନ ଦାସୁନ ସନକା ଗୁରୁତ୍ୱପୂର୍ଣ୍ଣ ୪୫ ରନ୍ କରିଥିଲେ । ଆଫଗାନିସ୍ତାନ ପରେ ଗ୍ରୁପ୍-ବି’ରୁ ଦ୍ବିତୀୟ ଦଳ ଭାବେ ସୁପର-୪କୁ ଉନ୍ନୀତ ହୋଇଥିବା ବେଳେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।