ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ | News Room Odisha

ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ

ଭୁବନେଶ୍ୱର – ଆସିଲା ଶୁଭଶ୍ରୀ ମହାପାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମୃତ୍ୟୁ ପୂର୍ବରୁ ସେ କୌଣସି ବିଷାକ୍ତ ଖାଦ୍ୟ ଖାଇଥିଲେ କି ନାହିଁ, ତାହାର ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବକୁ ନମୁନା ପଠାଯାଇଛି । ଗତକାଲି ଶୁଭଶ୍ରୀଙ୍କ ସିଡିଆର ଅନୁଧ୍ୟାନ ପରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଥିଲା । ଏହା ପରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳ ନଗର ଥାନା ପୋଲିସ । ଯୁବକଙ୍କୁ ମାରାଥନ ପଚରାଉଚରା କରାଯାଇଛି ।

ଶୁଭଶ୍ରୀଙ୍କ ସିଡିଆର ଯାଞ୍ଚ ବେଳେ ଶେଷ ୭ଟି କଲକୁ ନେଇ ସନ୍ଦେହ ବଢ଼ିଥିଲା । ଶୁଭଶ୍ରୀ ଶେଷ ଥର ପାଇଁ ଜଣେ ଯୁବକଙ୍କୁ କଲ୍ କରିଥିଲେ । ଆଉ ତାଙ୍କୁ ବାରମ୍ବାର କଲ୍ କରିଥିଲେ ଶୁଭଶ୍ରୀ । ସଂଧ୍ୟା ଶେଷ ଥର ପାଇଁ ୨୭ ସେକେଣ୍ଡ କଥା ହୋଇଥିଲେ ଶୁଭଶ୍ରୀ । ସବୁଠୁ ବଡ଼ କଥା ହେଲା ଥାନାରେ ଅଟକ ଥିବା ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଜାଣିଛନ୍ତି । ପୂର୍ବରୁ ଯୁବକ ଜଣକ ତାଙ୍କ ଘରକୁ ମଧ୍ୟ ଯିବା ଆସିବା କରୁଥିଲେ । ପୂର୍ବରୁ ପୋଲିସ୍ ଆଇପିସି ଧାରା ୩୦୨ ଓ ୨୦୧ ଆଧାରରେ ମାମଲା ରୁଜୁ କରିଛି । ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରାଯିବା ଅଭିଯୋଗର ତଦନ୍ତ ଚଳାଇଛି ପୋଲିସ ।