କାଲିଠାରୁ ସ୍ୱତନ୍ତ୍ର ଓଜେଇଇ | News Room Odisha

କାଲିଠାରୁ ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ବର – ଆସନ୍ତାକାଲିଠୁ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ପରୀକ୍ଷା ହେବ। ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟାରେ ସରିବ । ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା।

ସ୍ୱତନ୍ତ୍ର ଓଜେଇଇରେ ମୋଟ ୨୮ ହଜାର ୬୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହି ପରୀକ୍ଷା ଓଡ଼ିଶାର ୨୮ଟି ସହରରେ ୩୮ କେନ୍ଦ୍ରରେ ଅନୁଷ୍ଠିତ ହେବ। କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ।