ପିପିଲି – ପିପିଲି ଚନ୍ଦ୍ରାଦେଇପୁରରେ ନାଲି ପିମ୍ପୁଡ଼ିଙ୍କ ଆତଙ୍କକୁ ଦୃଷ୍ଟିରେ ରଖି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓୟୁଏଟିର ୪ଜଣିଆ ପ୍ରତିନିଧି ଦଳ। ପିମ୍ପୁଡ଼ି କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କୀଟନାଶକ ଔଷଧ ପ୍ରୟୋଗ କରାଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।ପାରିପାର୍ଶ୍ବିକ ସ୍ଥିତି ପିମ୍ପୁଡ଼ି ଵଂଶ ବିସ୍ତାର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ଓୟୁଏଟିର ବରିଷ୍ଠ ବୈଜ୍ଞାନିକ କହିଛନ୍ତି। ତେଣୁ ପରିବେଶକୁ ସଫାସୁତୁରା ରଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ସେଠାରୁ ପିମ୍ପୁଡ଼ି ସଂଗ୍ରହ କରି ପରୀକ୍ଷା ପାଇଁ ଓୟୁଏଟି ନିଆଯାଇଛି। ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ବ୍ଲକ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇଛି। ଜଙ୍ଗଲୀ ପରିବେଶକୁ ସଫାସୁତୁରା କରଯାଇ ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଉଛି। ବନ୍ୟା ପରେ ଚନ୍ଦ୍ରାଦେଇପୁରରେ ଅଥୟ କରୁଛି ପିମ୍ପୁଡ଼ି। ଘରେ ବାହାରେ ସବୁଆଡେ ପିମ୍ପୁଡ଼ିଙ୍କ ଉପଦ୍ରବ ପାଇଁ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ପିମ୍ପୁଡ଼ି ଯୋଗୁଁ ଲୋକେ ଘର ଓ ବିଲ ବାଡି କାମ କରିବା ପାଇଁ ହଇରାଣ ହେଉଛନ୍ତି।