ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା | News Room Odisha

ପିଜି ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇ ପ୍ରକାଶ ପାଇଛି ମେଧା ତାଲିକା। ରାଜ୍ୟଓ୍ୱାରୀ ମେଧା ତାଲିକା ପ୍ରକାଶ ପାଇଥିବା ବେଳେ ଆସନ୍ତା ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ। ଏହିମାସ ୧୬ ଓ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୯ ତାରିଖ ପର୍ଯ୍ୟନ୍ତ ପିଲାଙ୍କୁ ସ୍ଲାଇଡ୍ ଅପ୍ ପାଇଁ ସୁଯୋଗ ଦିଆଯିବ। ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୯ ତାରିଖରେ ଖାଲି ସିଟ୍ ସମ୍ପର୍କରେ ସାମ୍ସ ୱେବସାଇଟରେ ତଥ୍ୟ ମିଳିବ । ତେବେ ଅକ୍ଟୋବର ୧୦ ତାରିଖରେ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।