ପୁରୀରେ ପୁଣି ଆରମ୍ଭ ହେବ ହବିଷ୍ୟାଳୀ ଶିବିର | News Room Odisha

ପୁରୀରେ ପୁଣି ଆରମ୍ଭ ହେବ ହବିଷ୍ୟାଳୀ ଶିବିର

ପୁରୀ – ଦୀର୍ଘ ଦୁଇବର୍ଷ ପରେ ପୁରୀରେ ପୁଣି ଆରମ୍ଭ ହେବ ହବିଷ୍ୟାଳୀ ଶିବିର । ପ୍ରାୟ ଅଢ଼େଇ ହଜାର ହବିଷିଆଳିଙ୍କ ପାଇଁ ବ୍ୟବସ୍ଥା କରାଯିବ। ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ଏ ନେଇ ସେପ୍ଟେମ୍ବର ୮ରେ ବିଜ୍ଞପ୍ତି ଜାରି କରାଯିବ । ସେପ୍ଟେମ୍ବର ୨୫ ହେଉଛି ପଞ୍ଜିକରଣର ଶେଷ ତାରିଖ ।ଅକ୍ଟୋବର ୧୦ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିବିର ଉଦଘାଟନ କରିବେ । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପଞ୍ଜିକରଣ କରିପାରିବେ । ବୁଷ୍ଟର ଡୋଜ ଟିକାକରଣ ବାଧ୍ୟତାମୂଳକ କରାଯାଇଛି।