ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୩ ଶହ ଟପିଲା | News Room Odisha

ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୩ ଶହ ଟପିଲା

ଭୁବନେଶ୍ୱର – ବେଶ କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହ ଟପିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୨୮ ଜଣ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୭୪ଜଣ ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୩୬
ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ଜିଲ୍ଲାରୁ ୧, ବରଗଡ଼ରୁ୪ , ଭଦ୍ରକରୁ ୯ , ବଲାଙ୍ଗିରରୁ ୮, କଟକରୁ ୩୧, ଦେବଗଡ଼ରୁ ୩ , ଗଜପତିରୁ ୪ , ଗଞ୍ଜାମରୁ ୧ , ଜଗତସିଂହପୁରରୁ ୭, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୩ , କଳାହାଣ୍ଡିରୁ ୧୦, କନ୍ଧମାଳରୁ ୪ , କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୨ , ଖୋର୍ଦ୍ଧାରୁ ୫୪ , କୋରାପୁଟରୁ ୩, ମାଲକାନଗିରିରୁ ୧ ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୧୩ , ନୟାଗଡ଼ରୁ ୪୯ , ନୂଆପଡ଼ାରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୯, ରାୟଗଡ଼ାରୁ ୨ , ସମ୍ବଲପୁରରୁ ୮, ସୋନପୁରରୁ ୩ , ସୁନ୍ଦରଗଡ଼ରୁ ୬୧ ଓ ଷ୍ଟେଟ ପୁଲରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୬୧୬ ରହିଛି।