ଦୁଷ୍କର୍ମ ଅଭିଯୋଗରେ ବିଡିଏ ଫିଲ୍ଡ ଅଫିସର ଗିରଫ | News Room Odisha

ଦୁଷ୍କର୍ମ ଅଭିଯୋଗରେ ବିଡିଏ ଫିଲ୍ଡ ଅଫିସର ଗିରଫ

ଭୁବନେଶ୍ୱର – ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବିଡିଏ ଫିଲ୍ଡ ଇନ୍ସପେକ୍ଟର ମନୋରଞ୍ଜନଙ୍କୁ ଗିରଫ କରାଯାଇଛି। ଘରର ପ୍ଲାନ କରାଇଦେବା ଆଳରେ ଦୁଷ୍କର୍ମ କରିଥିବା ନେଇ ଫେବ୍ରୁଆରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ପୋଲିସ ତଦନ୍ତ କରିବା ସହ ଫିଲ୍ଡ ଇନ୍ସପେକ୍ଟରଙ୍କ ଘରେ ଚଢ଼ାଉ କରିଥିଲା । ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ଜାମିନ ଅଗ୍ରାହ୍ୟ ହେବା ସହ ୪ ସପ୍ତାହ ମଧ୍ୟରେ ତଳ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କିନ୍ତୁ ଏହାକୁ ଏଡାଇ ଚାଲିଥିଲେ ମନୋରଞ୍ଜନ । ତେଣୁ ମନୋରଞ୍ଜନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଲକ୍ଷ୍ମୀସାଗର ଥାନାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆଜି ମନୋରଞ୍ଜନଙ୍କୁ ବିଡିଏ କାର୍ଯ୍ୟାଳୟରୁ ଗିରଫ କରିଛି କରାଯାଇଛି।