ଗାଈ ବନ୍ଧାକୁ ନେଇ ଆକ୍ରମଣ, ବୃଦ୍ଧ ମୃତ | News Room Odisha

ଗାଈ ବନ୍ଧାକୁ ନେଇ ଆକ୍ରମଣ, ବୃଦ୍ଧ ମୃତ

ବରଗଡ : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଜଣେ ୫୫ବର୍ଷୀୟ ବୃଦ୍ଧ ଗୟାଧର ଝୁପାଙ୍କୁ ଲୁହା ଛଡ଼ରେ ଆକ୍ରମଣ । ପରେ ଗୁରୁତର ଆହତ ଅବସ୍ଥାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଡାକ୍ତର ଗୟାଧରଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୁରୁଣା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଖଲିଆପାଲି ଗାଁ ଧନିରାମ ବରିହାଙ୍କ ପୁଅ ଅଭିଯୁକ୍ତ ଜୟଦେବ ବରିହାକୁ ଟାଉନ ପୋଲିସ ଅଟକ ରଖି ତଦନ୍ତ ଜାରି ରଖୁଛି ।

ଗାଈ ଚରାଇବା ବେଳେ ଚରିବା ପାଇଁ ବନ୍ଧା ହୋଇଥିବା ଗାଈକୁ ଗୟାଧର ଖୋଲିଦେଇଥିବା ବେଳେ ଜୟଦେବ ଓ ଗୟାଧରଙ୍କ ମଧ୍ୟରେ ସନ୍ଧ୍ୟାରେ ବଚସା ହୋଇଥିଲା । ପରେ ସନ୍ଧ୍ୟାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ସହ ବଚସା ହୋଇଥିଲା । ଯାହାକୁ ନେଇ ଉତ୍ୟକ୍ତ ହୋଇ ଜୟଦେବ ଏକ ଲୁହା ଛଡରେ ଆକ୍ରମଣ କରିଥିବା ପୋଲିସ ଆଗରେ ବୟାନ ଦେଇଛି ଯାହାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖୁଛି ।