ନିଟ୍ ପରୀକ୍ଷା ଫଳ: ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶା ଟପ୍ପର | News Room Odisha

ନିଟ୍ ପରୀକ୍ଷା ଫଳ: ପ୍ରିୟ ସୋମଦତ୍ତ ନାୟକ ଓଡ଼ିଶା ଟପ୍ପର

ଭୁବନେଶ୍ବର – ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନରେ ୟୁଜି ନାମଲେଖା ପାଇଁ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ହରିୟାଣାର ଝିଅ ତନିଶ୍କା ୭୧୫ (୯୯.୯୯% ପ୍ରତିଶତ ) ନମ୍ବର ରଖି ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି। ପ୍ରିୟ ସୋମଦତ୍ତ ନାୟକ ଓଡିଶା ଟପ୍ପର ହୋଇଛନ୍ତି । ଚଳିତବର୍ଷ ସମଗ୍ର ଦେଶରୁ ମୋଟ ୧୭ ଲକ୍ଷ ୬୪ହଜାର ୫୭୧ ଛାତ୍ରଛାତ୍ରୀ ନିଟ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୩ ହଜାର ୬୯ ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି।

ଓବିସି ବର୍ଗରେ ୪ଲକ୍ଷ ୪୭ ହଜାର ୭୫୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସାଧାରଣ ବର୍ଗରେ ୨ଲକ୍ଷ ୮୨ ହଜାର ୧୮୪, ଆର୍ଥିକ ପଛୁଆବର୍ଗରେ ୮୪ ହଜାର ୭୦, ଏସସି ବର୍ଗରେ ୧ଲକ୍ଷ ୩୧ ହଜାର ୭୬୭, ଏସଟି ବର୍ଗରେ ୪୭ ହଜାର ୨୯୫, ଏବଂ ଦିବ୍ୟାଙ୍ଗ ବର୍ଗରେ ୨୮୧୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ନିଟ ପାସ ହାର ୫୬.୩% ରହିଛି।