୨୦୨୩ ବିଶ୍ୱକପ୍ ହକି ପାଇଁ ଡ୍ର ଘୋଷଣା, ପୁଲ 'ଡି'ରେ ଭାରତ | News Room Odisha

୨୦୨୩ ବିଶ୍ୱକପ୍ ହକି ପାଇଁ ଡ୍ର ଘୋଷଣା, ପୁଲ ‘ଡି’ରେ ଭାରତ

ଭୁବନେଶ୍ୱର – ୨୦୨୩ ବିଶ୍ବକପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଡ୍ର ଘୋଷଣା ହୋଇଛି । ୧୬ଟି ଟିମକୁ ୪ଟି ପୁଲରେ ରଖାଯାଇଛି। ଆୟୋଜକ ଭାରତ ପୁଲ ‘ଡି’ ରେ ସ୍ଥାନ ପାଇଛି । ଏହି ପୁଲରେ ଅନ୍ୟ ଟିମ୍ ହେଲେ ଇଂଲଣ୍ଡ, ସ୍ପେନ ଓ ୱଲସ । ପୁଲ ‘ଏ’ ରେ ଅଷ୍ଟ୍ରେଲିଆ, ଦକ୍ଷିଣଆଫ୍ରିକା, ଫ୍ରାନ୍ସ, ଆର୍ଜେଣ୍ଟିନା । ପୁଲ ‘ବି’ରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ, ଜାପାନ, ଦକ୍ଷିଣକାେରିଆ, ଜର୍ମାନୀ ସ୍ଥାନ ପାଇଥିବା ବେଳେ ପୁଲ ‘ସି’ରେ ନେଦରଲାଣ୍ଡସ,ମାଲେସିଆ, ଚିଲି, ନ୍ୟୁଜିଲାଣ୍ଡ ସ୍ଥାନ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ୍ର ଉଠାଣ ହୋଇଥିଲା । ଆନ୍ତର୍ଜାତିକ ହକି ମହାସ‍‍ଂଘ, ହକି ଇଣ୍ଡିଆର ପଦାଧିକାରୀଙ୍କ ଉପସ୍ଥିତିରେ ଡ୍ର ଘୋଷଣା କରାଯାଇଥିଲା। ଆସନ୍ତାବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ଵକପ୍ । ଓଡ଼ିଶା ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱକପରେ ବେଲଜିଅମ ଚାମ୍ପିଅନ ହୋଇଥିଲା ।