ରାସ୍ତାକଡ଼ରେ ପଡିଛି ଅଜଣା ମୃତଦେହ, ପୋଲିସର ତଦନ୍ତ ଜାରି | News Room Odisha

ରାସ୍ତାକଡ଼ରେ ପଡିଛି ଅଜଣା ମୃତଦେହ, ପୋଲିସର ତଦନ୍ତ ଜାରି

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଜୁନିୟର କଲେଜ ରେଷ୍ଟ ହାଉସ୍‌ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ଏହାକୁ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପରିପାର୍ଶିକ ସ୍ଥିତିରୁ ଏହା ସ୍ୱାଭାବିକ ମୃତ୍ୟୁ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ହେତୁ କିଏ ହତ୍ୟା କରି ଫିଙ୍ଗି ଦେଇଛି ନା ଏହା ଏକ ସ୍ଵାଭାବିକ ମୃତ୍ୟୁ ତାହା ଏବେ ବି ସନ୍ଦେହ ଘେରରେ ରହିଛି ।