ବହୁ ପରିମାଣର କାଠ ପଟା ଜବତ | News Room Odisha

ବହୁ ପରିମାଣର କାଠ ପଟା ଜବତ

ବଲାଙ୍ଗୀର: ପଟଣାଗଡ଼ ଉପଖଣ୍ଡ ତଥା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନବିଭାଗ ବନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡେନ ଦମେଇପାଲି ରାସ୍ତା ବଡ଼ଉଡେନ ଗାଁ ନିକଟରେ ବନବିଭାଗ ଚଢାଉ କରି ଆଜି ସନ୍ଧ୍ୟାରେ ଖଇର କାଠ ବୋଝେଇ ସହ ଏକ ମିନିଟ୍ରକ ଜବତ କରାଯାଇଛି ।
ସୂଚନା ମତେ ହରିଶଙ୍କର ବନବିଭାଗଏବଂ ପାଟଣାଗଡ ବନବିଭାଗ ମିଳିତ ପେଟ୍ରୋଲିଂ ବେଲେ ବଡ଼ଉଡେନ ଗାଁ ନିକଟରେ ଏକ ଖଇର କାଠ ବୋଝେଇ ମିନିଟ୍ରକ ଛାଡ଼ି ଅଭିଯୁକ୍ତ ମାନେ ଫେରାର ମାରିଥିଲେ। ତେବେ ଖଇର କାଠ ବୋଝେଇ ଟ୍ରକକୁ ଜବତ କରି ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ। ଚଢାଉ ବେଳେ ହରିଶଙ୍କର ବନାଞ୍ଚଳ ଆଧିକାରୀ ଗିରିଧାରି ନାଗ ,ପାଟଣାଗଡ ବନାଞ୍ଚଳ ଅଧିକାରୀ ଆନନ୍ଦଚନ୍ଦ୍ର ବିଶି, ହରିଶଙ୍କର ବନପାଳ ଅରବିନ୍ଦ ଧରୁଆ ,ଖପ୍ରାଖୋଲ ବନପାଳ ସୁଧିର ଜେନା ସମେତ ବନକର୍ମଚାରୀ ଉପସ୍ଥିତ ଥିଲେ।

ଏନେଇ ହରିଶଙ୍କର ବନାଞ୍ଚଳ ୟୁଡି କେସ ନମ୍ବର ୩/୨୨ରେ ଏକ ମାମାଲା ରୁଜୁ କରି ହାରାହାରି ତିନି ଟନ ଖଇର କାଠ ସହ ମିନିଟ୍ରକ ( ଓଆର ୧୭-ଡି ୧୪୭୩ ) ଗାଡି ଜବତ ହୋଇଥିବା ହରିଶଙ୍କର ବାନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ ସୂଚନା ଦେଇଛନ୍ତି ।