୧୭ ବର୍ଷରୁ କମ ମହିଳା ବିଶ୍ଵକପ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ | News Room Odisha

୧୭ ବର୍ଷରୁ କମ ମହିଳା ବିଶ୍ଵକପ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ ଫୁଟବଲର ଲୋଗୋ ଆଜି ଉନ୍ମୋଚିତ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆସନ୍ତାମାସ ୧୧ ତାରିଖରୁ ଭାରତରେ ଆୟୋଜିତ ହେବ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ଵକପ ଫୁଟବଲର ସପ୍ତମ ସଂସ୍କରଣ । ଭୁବନେଶ୍ୱର ସମେତ ମୁମ୍ବାଇ ଓ ଗୋଆରେ ମଧ୍ୟ ମ୍ୟାଚ ଖେଳାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜକ ଭାରତ ନିଜର ତିନିଟି ଗ୍ରୁପ ମ୍ୟାଚ ଖେଳିବ । ଏହ ବିଶ୍ବକପ୍‌ରେ ୧୬ଟି ଦେଶ ଭାଗ ନେଉଛନ୍ତି ।