ଜେଲ ଗଲେ ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ, ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠାବ | News Room Odisha

ଜେଲ ଗଲେ ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ, ବିପୁଳ ଆୟ ବହିର୍ଭୂତ ସଂପତ୍ତି ଠାବ

ଢେଙ୍କାନାଳ – ଢେଙ୍କାନାଳ ସଦର ଥାନା ଡିଏସପି ଇନଚାର୍ଜ ଅଭିନବ ଡାଳୁଆଙ୍କ ଆୟ ବହିର୍ଭୂତ ସଂପତ୍ତି ବାବଦରେ ସୂଚନା ଦେଇଛି ଭିଜିଲାନ୍ସ । ୨ ଦିନ ରିମାଣ୍ଡରେ ନେଲା ପରେ ଭିଜିଲାନ୍ସ ତାଙ୍କ ସଂପର୍କରେ ବହୁ ତଥ୍ୟ ହାସଲ କରିଛି। ଗତ ୮ରୁ ୧୦ ତାରିଖ ଯାଏ ତାଙ୍କୁ ଭିଜିଲାନ୍ସ ରିମାଣ୍ଡରେ ନେଇଥିଲା। ଡାଳୁଆଙ୍କ ୧୪ଟି ପ୍ଲଟ ଠାବ ହୋଇଛି । ତାଙ୍କର ଏକ ଦୁଇ ମହଲା କୋଠା ବି ରହିଛି ବୋଲି ଭିଜିଲାନ୍ସ ସୂଚନା ଦେଇଛି । ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର ଏବଂ କେନ୍ଦୁଝରରରେ ପ୍ଲଟ୍ ସବୁ ଠାବ ହୋଇଛି। ଶାଶୁ ଓ ଶାଳକଙ୍କ ନାଁରେ ଅଭିନବ ଡାଳୁଆ ବେନାମୀ ସଂପତ୍ତି କିଣିଥିବା ମଧ୍ୟ ସୂଚନା ଦିଆଯାଇଛି। ଡାଳୁଆ ନିଜ ନାମରେ ଥିବା ଖୋର୍ଦ୍ଧା ଜିଲ୍ଲାର ରାମଚନ୍ଦ୍ରପୁରଠାରେ ପ୍ଲଟରେ ଏକ ଦୁଇମହଲା କୋଠା ନିର୍ମାଣ କରିଛନ୍ତି। ଏହି ସଂପତ୍ତିର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଆଜି ରିମାଣ୍ଡ ଶେଷ ହେବା ପରେ ଡାଳୁଆଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।ସେଠାରୁ ତାଙ୍କୁ ଢେଙ୍କାନାଳ ଜେଲକୁ ପଠାଇ ଦିଆଯାଇଛି।