ପୁରୀରେ ହବିଷ୍ୟାଳି ଶିବିର : ପଞ୍ଜିକରଣ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି | News Room Odisha

ପୁରୀରେ ହବିଷ୍ୟାଳି ଶିବିର : ପଞ୍ଜିକରଣ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି

ପୁରୀ – ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକରେ ‘‘ରାଈଦାମୋଦର ବ୍ରତ’’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁଣି ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା ହୋଇଛି । ହବିଷ୍ୟାଳିମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଏବଂ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏନେଇ ପଞ୍ଜିକରଣ ପ୍ରକ୍ରିୟା ପାଇଁ ରାଜ୍ୟସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଯାଇଛି। ଆଗ୍ରହୀ ମା’ ମାନେ ଏହି ମାସ ୧୩ ତାରିଖ ଠାରୁ ୨୯ ତାରିଖ ମଧ୍ୟରେ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିମ୍ବା ହ୍ବାଟସ୍‌ଆପ ନମ୍ବର ୯୪୩୭୩୩୩୮୨୩ ରେ ନିଜର ପଞ୍ଜିକରଣ କରାଇ ପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।