କଟକରେ ନକଲି ଔଷଧ : ପୁରୀଘାଟ ଥାନାରେ ଏତଲା | News Room Odisha

କଟକରେ ନକଲି ଔଷଧ : ପୁରୀଘାଟ ଥାନାରେ ଏତଲା

କଟକ – କଟକରେ ନକଲି ଔଷଧ କାରବାର ଅଭିଯୋଗ ନେଇ ଔଷଧ ପ୍ରସ୍ତୁତ କମ୍ପାନୀ ‘ଗ୍ଲେନମାର୍କ’ ପକ୍ଷରୁ ସ୍ପଷ୍ଟୀକରଣ ପରେ ଦୁଇ ମେଡିସିନ ହୋଲସେଲରଙ୍କ ବିରୋଧରେ ଡ୍ରଗ ଇନ୍ସପେକ୍ଟର ଏତଲା ଦେଇଛନ୍ତି । କଟକ ପୁରୀଘାଟ ଥାନାରେ ଏତଲା ହୋଇଛି । ପୂର୍ବରୁ ଗ୍ଳେନମାର୍କ କଂପାନି ପକ୍ଷରୁ କୁହାଯାଇଥିଲା ଯେ, ଜବତ ଟେଲମା ୪୦ ଓ ଟେଲମା ଏମ୍‌ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହୋଇନାହିଁ। କମ୍ପାନିର ସ୍ପଷ୍ଟୀକରଣ ପରେ ଡ୍ରଗ୍ସ ଇନ୍ସପେକ୍ଟର କଟକ ପୁରୀଘାଟ ଥାନାରେ ଏତଲା ହୋଇଛି।

ସୂଚନାଯୋଗ୍ୟ, କଟକରେ ଦାମୀ କମ୍ପାନି ଖୋଳରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ବିଗତ ୩ଦିନ ଧରି ଏ ନେଇ ବିଭିନ୍ନ ଔଷଧ ଦୋକାନରେ ଚଢ଼ାଉ ବି ହୋଇଥିଲା । ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ଓ ରାଜ୍ୟ ବାହାରର ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗୁରୁବାର ବିଜ୍ଞପ୍ତି ଜାରି ହେବାପରେ ଶୁକ୍ରବାର ସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି। କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।