ଆସନ୍ତା ୧୩ରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ୧୪ରେ ଓଡିଶା ଇନଭେଷ୍ଟର୍ସ ମିଟରେ ହେବେ ସାମିଲ | News Room Odisha

ଆସନ୍ତା ୧୩ରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ୧୪ରେ ଓଡିଶା ଇନଭେଷ୍ଟର୍ସ ମିଟରେ ହେବେ ସାମିଲ

ଭୁବନେଶ୍ବର – ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥି‌ରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବେ । ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟୋଗପତି ମାନଙ୍କୁ ଆମନ୍ତ୍ରଣ କରିବେ ।

ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌’ରେ ଦେଶର ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ବିଦେଶର ବହୁ ନାମୀଦାମୀ ସଂସ୍ଥା ଯୋଗଦେବେ। ଏଥିରେ ବିଭିନ୍ନ ସଂସ୍ଥା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ଓୟୁ ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ଏହି କନକ୍ଲେଭ୍‌ରେ ଯେପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍‌ ମାଧ୍ୟମରେ ପୁଞ୍ଜିପତିଙ୍କୁ ଭେଟି ଆହ୍ୱାନ ଦେଉଛନ୍ତି। କିଛି ଦିନ ତଳେ ଦିଲ୍ଲୀରେ ବି ଇନଭେଷ୍ଟର୍ସ ମିଟ ଆୟୋଜିତ ହୋଇଥିଲା।