ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ଭାରତରେ ଆଜି ରାଷ୍ଟ୍ରୀୟ ଶୋକ | News Room Odisha

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ଭାରତରେ ଆଜି ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ବ୍ରିଟେନର ଦିବଂଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ଆଜି ସମଗ୍ର ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ଆଜି ଦେଶର ସମସ୍ତ ସରକାରୀ କୋଠାରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ ଏବଂ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ।

ବ୍ରିଟିଶ ରାଜତନ୍ତ୍ର ଇତିହାସରେ ସର୍ବାଧିକ ୭୦ ବର୍ଷ ଶାସନ କରିଥିବା ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଗୁରୁବାର ସ୍କଟଲ୍ୟାଣ୍ଡର ବାଲମୋରାଲରେ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା।